ରାତିରୁ ବିଜୁଳି ଗାଏବ, ଗାଁରୁ ଟ୍ରାନସଫର୍ମର ଉଭାନ୍‌

କଣ୍ଟାମାଳ (କେନ୍ୟୁଜ୍‌) : ରାତିରେ ଲୋକେ ଶୋଇଥିଲେ । ଏ ଗରମ ଗୁଳୁଗୁଳି ବେଳେ ହଠାତ୍‌ ଲାଇନ୍‌ ଚାଲିଗଲା । ଲୋକେ ଭାବିଲେ ପୁଣି ବିଜୁଳି ଆସିଯିବ । ହେଲେ ସକାଳ ପର୍ଯ୍ୟନ୍ତ ଆଉ ବିଜୁଳିର ଦେଖା ନାହିଁ । ପରେ ଗାଁ ଲୋକେ ଦେଖିଲା ବେଳକୁ ଗାଁରେ ଲାଗିଥିବା ଟ୍ରାସଫର୍ମର ଗାଏବ ହୋଇ ଯାଇଛି ।

 

TRANSFORMOR-2
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦପଳା ପଂଚାୟତ ପଇରବନ୍ଧ ଗାଁରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଟ୍ରାନ୍ସଫର୍ମର ଚୋରି ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଗାଁ ଲୋକେ ଆଜି ମନମୁଣ୍ଡା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଗତକାଲି ରାତିରେ ସମସ୍ତେ ଶୋଇଥବା ସମୟରେ ଏହି ଟ୍ରାନ୍ସଫର୍ମରଟି କେହି ଚୋରି କରି ନେଇଛି। ଯାହା ଫଳରେ ପୂରା ଗାଁ ଏବେ ଅନ୍ଧାରରେ। ତେଣୁ ଖୁବଶୀଘ୍ର ଏକ ନୂତନ ଟ୍ରାନ୍ସଫର୍ମର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

 

Leave A Reply

Your email address will not be published.