ବାତ୍ୟା ପ୍ରଭାବିତ ଅଞ୍ଚଳରେ ୯୫ ପ୍ରତିଶତ ବିଦ୍ୟୁତ ସଂଯୋଗୀକରଣ ଶେଷ, ବାକି କାମ ଆଜି ରାତି ସୁଦ୍ଧା ଶେଷ ହେବ : ମୁଖ୍ୟମନ୍ତ୍ରୀ

ବାତ୍ୟା ପ୍ରଭାବିତ ଅଞ୍ଚଳରେ ୯୫ ପ୍ରତିଶତ ବିଦ୍ୟୁତ ସଂଯୋଗୀକରଣ ଶେଷ ହୋଇଛି । ବାକି କାମ ଆଜି ରାତି ସୁଦ୍ଧା ଶେଷ ହେବ । ବାତ୍ୟା ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭଦ୍ରକରେ ୭୭ ପ୍ରତିଶତ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା । କାଲି ସୁଦ୍ଧା ଭଦ୍ରକର ସବୁ ପ୍ରଭାବିତଙ୍କୁ ବିଦ୍ୟୁତ୍ ସେବା ମିଳିଯିବ ।

କେନ୍ଦ୍ରାପଡ଼ାରେ ୭୭ ପ୍ରତିଶତ ରାସ୍ତା ସଫା କାମ ସରିଥିବା ବେଳେ ବାଲେଶ୍ବରରେ ରାସ୍ତା ସଫା କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ୬ଟି ପଞ୍ଚାୟତର ୨୦ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ବାତ୍ୟା ପାଇଁ ମୋଟ ୮ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳକୁ ଅଣାଯାଇଥିଲା । ଏବେ ଆଉ ୧ ଲକ୍ଷ ୭ ହଜାର ଲୋକ ଆଶ୍ରୟସ୍ଥଳରେ ଅଛନ୍ତି ।

ସ୍ଥିତି ସୁଧୁରିବା ଯାଏଁ ଆଶ୍ରୟସ୍ଥଳରେ ରହିବାକୁ କୁହାଯାଇଛି । ବାତ୍ୟାରେ କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଅଧିକ ପ୍ରଭାବିତ ହୋଇଥିବା ବେଳେ ସବୁଠୁ ବେଶି ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା । ବାତ୍ୟା ପାଇଁ ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି ।

You might also like