ଭୁବନେଶ୍ୱର : ନନ୍ଦନକାନନରେ ଆଖି ବୁଜିଲା ହାତୀ ଅଭି । ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଛି । ହର୍ପିସ ରୋଗରେ ପୀଡ଼ିତ ଥିବାରୁ ହାତୀର ଚିକିତ୍ସା ଚାଲିଥିଲା । କେନ୍ଦୁଝରରୁ ଉଦ୍ଧାର ହୋଇଥିଲା ହାତୀ ଅଭି । ଓୟୁଏଟିର ପ୍ରଫେସରଙ୍କ ତତ୍ବବଧାନରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ଅଭିର ଚିକିତ୍ସା ଜାରି ରଖିିଥିଲେ। ଉଭୟ ଚିକିତ୍ସକ ଓ ମାହୁନ୍ତ ଅଭି ଉପରେ ୨୪ ଘଣ୍ଟିଆ ନଜର ରଖିଥିଲେ। ସ୍ବାସ୍ଥ୍ୟର ପରିବର୍ତ୍ତନ ନହେବାରୁ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ରିପୋଟରେ ହରପିସ ପଜିଟିଭ ଆସିଥିଲା ।