ବରସୁଆଁ ଘାଟିରେ ଖାଦ୍ୟ ମାଗୁଛି ହାତୀ, ଭାଇରାଲ୍ ହେଉଛି ଭିଡିଓ

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜର ଟେନସା,ବରସୁଆଁ ଘାଟିରେ ଏକ ହାତୀ ରାସ୍ତା ଉପରକୁ ଆସି ଗାଡିକୁ ଅଟକାଇ ଖାଦ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଏହି ହାତୀଟି ପୂର୍ବରୁ ମଧ୍ୟ ଏଭଳି ଖାଦ୍ୟ ସଂଗ୍ରହ କରୁଥିଲା। ଗାଡି ଚାଳକ ମାନଙ୍କ ପାଖରେ ଖାଦ୍ୟ ଥିଲେ ଶୁଣ୍ଢରେ ଦେଇଥାନ୍ତି। ପରେ ହାତୀଟି ଗାଡିକୁ ଛାଡ଼ିଦେଇଥାଏ ।

କିନ୍ତୁ କଥାରେ ଅଛି ନା ସବୁବେଳେ ସମୟ ଆଉ ପରିସ୍ଥିତି ସମାନ ନଥାଏ । ଗତକାଲି ଏହି ଘଟଣାରେ ହଠାତ୍ ବ୍ୟତିକ୍ରମ ଘଟିଥିଲା। ଗତକାଲି ସଂନ୍ଧ୍ୟାରେ ହାତିଟି ଗୋଟିଏ ଗାଡିକୁ ହଲାଇ ହଲାଇ ଓଲଟାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଗାଡି ଚାଳକ ବୁଟୁ ମହାନ୍ତ ଆହତ ହୋଇଛନ୍ତି। ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ଆହତ ବୁଟୁ ମହାନ୍ତକୁ ପ୍ରଥମେ ଟେନ୍‌ସା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.