ବିଲକୁ ଯାଇଥିବା ବେଳେ ଚାଷୀଙ୍କୁ ଦଳି ମାରିଦେଲା ଦନ୍ତା

କାମାକ୍ଷାନଗର (କେନ୍ୟୁଜ) : ଦଳି ଦେଲା ଦନ୍ତା । ଧାନ ଜଗିବାକୁ ଯାଇଥିବା ଚାଷୀଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଖଣ୍ଡୁଆଳ ମୁଣ୍ଡା ଗାଁରେ ଅଘଟଣ ଘଟିଛି। ମୃତ ଚାଷୀଙ୍କ ନାଁ ଉପେନ୍ଦ୍ର ଅମାତ । ଗତକାଲି ରାତିରେ ସେ ଧାନ ଜଗିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ଆଜି ସକାଳେ ଗାଁଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ । ମହାବିରୋଡ ରେଞ୍ଜର ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.