ଟାଙ୍ଗୀରେ ହାତୀ ଆତଙ୍କ : ଆକ୍ରମଣରେ ଘର ଭାଙ୍ଗିବା ସହ ଗୋରୁ ମୃତ

elephantକଟକ : ପୁଣିଥରେ ହାତୀ ଆକ୍ରମଣରେ ଏକ ବାଛୁରିର ମୃତ୍ୟୁ ହୋଇଛି। କଟକ ଜିଲ୍ଳା ଟାଙ୍ଗୀ ଥାନା ସ୍ଥିତ ବରପଦା ଗାଁରେ ହାତୀ ଆତଙ୍କ। ଗତ ୧୦ଦିନ ହେବ ହାତୀ ଗାଁରେ ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ସବୁ ଖାଇଦେଉଛି । ଏହାକୁ ନେଇ ଗାଁଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏନେଇ ବନବିଭାଗକୁ ଖବର ଦିଆଯିବା ପରେ ମଧ୍ୟ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ତେଣୁ ଗାଁଲୋକେ ଉତ୍ୟକ୍ତ ହୋଇ ମୃତ ବାଛୁରୀକୁ ରଖି ଟାୟାର ଜାଳି ଟାଙ୍ଗୀ-ଢେଙ୍କାନାଳ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି। ଯଦି ହାତିକୁ ଶୀଘ୍ର ଘଉଡା ନଯାଏ ତେବେ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିବାକୁ ଗାଁଲୋକେ ଚେତାବନୀ ଦେଇଛନ୍ତି।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.