ପୁଣି ମାତିଲେ ହାତୀପଲ, ଘରଦ୍ୱାର ଭାଙ୍ଗିବା ସହ ନଷ୍ଟ କଲେ ବ୍ୟାପକ ଫସଲ

ବଲାଙ୍ଗିର(କେନ୍ୟୁଜ୍‌): ବଲାଙ୍ଗିର ଜିଲ୍ଲା ତୁରେକେଲା ଅଞ୍ଚଳରେ ହାତୀ ଆତଙ୍କ । ବିଭିନ୍ନ ଗାଁରେ ପଶି ଆତଙ୍କ ଖେଳାଉଛନ୍ତି ୩୦ ଟିକିଆ ହାତୀପଲ । ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମାଲପାମୁଣ୍ଡା ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ପନିପରିବା ସହ କଦଳୀ ଚାଷ ନଷ୍ଟ କରିଛନ୍ତି ହାତୀପଲ । ଏନେଇ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.