ଢେଙ୍କାନାଳରେ ହାତୀ ଆତଙ୍କ, ଘଉଡାଇବା ପାଇଁ ଫେଲ୍‌ ମାରିଛି ବନବିଭାଗ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳରେ ହାତୀ ଆତଙ୍କ । ହିନ୍ଦୋଳ ଫରେଷ୍ଟ ରେଞ୍ଜର ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଦେଖିବାକୁ ମିଳିଛି ହାତୀ ପଲ । ସେମାନଙ୍କୁ ଘଉଡ଼ାଇବାକୁ ଦୀର୍ଘ ସମୟ ଧରି ସାଧାରଣ ଲୋକଙ୍କ ଠାରୁ ବନବିଭାଗ କର୍ମଚାରୀ ଉଦ୍ୟମ କରିଥିବା ବେଳେ ଫେଲ୍‌ ମାରିଛନ୍ତି । ହାତୀପଲ ତାଳ ଖାଇବାକୁ ଆସି ଆଉ ଜଙ୍ଗଲକୁ ଫେରିପାରି ନାହାଁନ୍ତି । ସେମାନଙ୍କୁ ଘଉଡାଇବାକୁ ପ୍ରୟାସ ଜାରି ରହିଛି । ହାତୀ ଆତଙ୍କରେ କୁରୁମିଠା, କାଳିହୁଣ୍ଡି, ବିଲସର ଓ ମହିଧରପୁର ଗାଁର ଲୋକେ ଭୟଭୀତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.