ବଢୁଛି ହାତୀ ଉପଦ୍ରବ: ସକାଳୁ ସକାଳୁ ଦନ୍ତା ଆକ୍ରମଣରେ ୨ ମୃତ

କାମାକ୍ଷାନଗର (କେନ୍ୟୁଜ): ମହାବିରରୋଡ ରେଞ୍ଜରେ ଥମୁନି ହାତୀ ଆତଙ୍କ। ସକାଳୁ ସକାଳୁ ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ଵୟ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଓ ପର୍ଜଙ୍ଗ ଗଣ୍ଡତଇଳା ଗ୍ରାମର ବାରି ନାୟକ। ଅଲେଖ ଶୌଚ ପାଇିଁ ଗ୍ରାମ ନିକଟ ପଡିଆକୁ ଯାଇଥିବା ବେଳେ ବାରି ଘର ପାଖରେ ଛିଡା ହୋଇଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା।

ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷ ସାରା ମହାବିରରୋଡ ରେଞ୍ଜରେ ହାତୀ ଉପଦ୍ରବ ଲାଗି ରହୁଛି । ପ୍ରତ୍ୟେକ ଦିନ କୌଣସି ନାଁ କୌଣସି ଗାଁକୁ ହାତୀ ପସି ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଆକ୍ରମଣ କରୁଛି । ଜଙ୍ଗଲ କ୍ଷୟ ହେବା ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ହାତୀ । ଯାହା ଫଳରେ ମଣିଷ ଓ ହାତୀର ଲଢେଇରେ ଅନେକ ଧନ ଜୀବନ ହାନି ହେଉଛି । ହେଲେ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ବନ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ସମସ୍ଯା ବାରମ୍ବାର ସାମ୍ନାକୁ ଆସୁଥିବା ଅଭିଯୋଗ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.