ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ , ୨ ଆହତ

ସୁନ୍ଦରଗଡ଼(କେନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ । ହାତୀ ପଲ ଜିଲ୍ଲାର ବଡଗାଁ, କୁତ୍ରା, ରାଜଗାଙ୍ଗପୁର ଓ ଉଜ୍ୱଳପୁର ଫରେଷ୍ଟରେଞ୍ଜ ଅଞ୍ଚଳର ବିଭିନ୍ନ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଗତକାଲି ରାତିରେ ଜବଲାଡିହି ଗାଁରେ ପଶି ହାତୀ ଘରଦ୍ୱାର ଭାଙ୍ଗିଛନ୍ତି । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଅଞ୍ଚଳରେ ଦୁଇଟି ଦଳରେ ୨୧ଟି ହାତୀ ବୁଲୁଛନ୍ତି । ଯାହାଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।