ପୁଣି ଦନ୍ତା ଆକ୍ରମଣ : ଜଣେ ଚାଷୀ ଗୁରୁତର ଆହତ

ଅନୁଗୁଳ : ପୁଣି ଦନ୍ତା ଆକ୍ରମଣ। ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ଅନୁଗୁଳ ବନ୍ତଳା ରେଞ୍ଜ ତଲଗଡ଼ ଗାଁର ଶରତ ଚନ୍ଦ୍ର ସେଠୀ। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶରତ ସକାଳୁ ବନ୍ତଳା ବଜାରକୁ ଆସୁଥିବାବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। କ୍ଷତିପୂରଣ ଦାବିରେ ପରିବାରଲୋକେ ବନବିଭାଗ କର୍ମଚାରୀଙ୍କୁ ଘେରାଉ କରିଥିଲେ। ତେବେ ବାରମ୍ବାର ହାତୀ ଆକ୍ରମଣ କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.