କେନ୍ଦୁଝରରେ ପୁଣି ମାଈ ହାତୀର ମୃତଦେହ ଉଦ୍ଧାର, ମାସକରେ ଗଲାଣି ୪ ଦନ୍ତାଙ୍କ ଜୀବନ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଭିଜେପି ରେଞ୍ଜ ଅନ୍ତର୍ଗତ ସରୁକୁଦର ଜଙ୍ଗଲ ନିକଟରୁ ଆଉ ଏକ ମାଈ ହାତୀର ମୃତଦେହ ଉଦ୍ଧାର । ଗତ ୭ ତାରିଖରେ ତଳଚମ୍ପେଇରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ମାସକ ମଧ୍ୟରେ ୪ ହାତୀଙ୍କ ମୃତ୍ୟୁ ପରେ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ ଢେଙ୍କାନାଳ କାମାକ୍ଷାନଗର ପୂର୍ବରେଞ୍ଜ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତିର ମୃତ୍ୟୁ ହୋଇଛି । ହାତୀଟିକୁ କେହି ଶିକାର କରିବାକୁ ଉଦ୍ୟମ କରିଛି । କିଛି ଦିନ ତଳେ ହାତୀଟି ଆହତ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ପାର ହୋଇ ଢେଙ୍କାନାଳ ଜିଲ୍ଲାକୁ ପଳାଇ ଆସିଥିଲା । ଉଭୟ କେନ୍ଦୁଝର ଓ ଢେଙ୍କାନାଳ ବନ ବିଭାଗ ହାତୀଟିର ଚିକିତ୍ସା କରୁଥିଲେ । ତାର ଶରୀରରୁ ୨ଟି ଲୁହା ଖଣ୍ଡ ବାହାରିଛି । ଆଜି ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.