ଅସୁସ୍ଥ ଛୁଆହାତୀର ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ହିନ୍ଦୋଳ: ହିନ୍ଦୋଳ ବନାଞ୍ଚଳ ବମ୍ପା ସେକ୍ସନ ଖରିଡାଳି ଜଙ୍ଗଲରେ ଏକ ୩ ବର୍ଷର ହାତୀ ଛୁଆର ମୃତ୍ୟୁ ଘଟିଛି । ଗତକାଲି ଅସୁସ୍ଥ ଥିବା ହାତୀ ଛୁଆଟିର ଆଜି ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗତକାଲି ସନ୍ଧ୍ୟାରେ ହାତୀପଲ ମେଳରେ ହାତୀ ଛୁଆଟି ଥିବାବେଳେ ଅସୁସ୍ଥତା କାରଣରୁ ହାତୀଛୁଆଟି ହାତୀମେଳରେ ଯାଇନପାରି ଖରଡାଳି କାଜୁବଗିଚାରେ ରହିଯାଇଥିଲା । ବନ ବିଭାଗ ଟିମ ପହଞ୍ଚିବା ବେଳକୁ ହାତୀ ଛୁଆଟିର ମୃତ୍ୟୁ ହୋଇ ସାରିଥିଲା । ଢେଙ୍କାନାଳ ବନଖଣ୍ଡ ଅଧିକାରୀ, ରେଞ୍ଜର ଏବଂ ବନ କର୍ମଚାରୀ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ହାତୀ ଛୁଆଟିକୁ ପୋତି ଦିଆଯିବ ବୋଲି ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।