ସ୍ଥାନୀୟ ଲୋକଙ୍କ ବିରୋଧ : ସାତକୋଶିଆ ପହଞ୍ଚି ପାରୁନାହାନ୍ତି ୨ ହାତୀ

ଶିମିଳିପାଳ: ଗତକାଲି ମଧ୍ୟ ଯଶିପୁରା ଠାରେ ସ୍ଥାନୀୟ ଲୋକ ବିରୋଧ ପାଇଁ ସାତକୋଶିଆ ଆସିପାରୁନାହାଁନ୍ତି ଶିମିଳିପାଳ ଅଭୟାରଣ୍ୟର ୨ ହାତୀ। ଫଳରେ ବନବିଭାଗ ସେମାନଙ୍କୁ ସ୍ଥାନାନ୍ତର କରିପାରିନାହିଁ। ସାତକୋଶିଆକୁ ଆସିଥିବା ମହାବଳକୁ ଜଗିବା ପାଇଁ ୨ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆକୁ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ହାତୀ ଦୁଇଟି ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ।

ଶିକାରୀ ଘଉଡ଼ାଇବା ପାଇଁ ହାତୀ ଦୁଇଟି କର୍ଣ୍ଣାଟକରୁ ସ୍ୱତନ୍ତ୍ର ଭାବେ ତାଲିମ ପାଇଛନ୍ତି । ଏହି ଦୁଇ ହାତୀଙ୍କ ସହ ଅନ୍ୟ ଏକ ତାଲିମପ୍ରାପ୍ତ ହାତୀ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଘଉଡାଇବା କାମରେ ନିୟୋଜିତ ଥିଲେ । ଏଥିରୁ ଦୁଇଟି ହାତୀଙ୍କୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ବିରୋଧ କରାଯାଉଛି । ଦୁଇଟି ହାତୀ ଚାଲିଗଲେ ଶିମିଳିପାଳ ପୁଣି ଶିକାରୀଙ୍କ ଚରାଭୂଇଁ ପାଲଟିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ପରିବେଶବିତ୍ ଚେତାବନୀ ଦେଇଛନ୍ତି । ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଅଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ୟ୍ୟାଳୟ ଘେରାଉ କରାଯିବା ସହ ଆନ୍ଦୋଳନର ଚେତାବନୀ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.