ବିଭିନ୍ନ ସ୍ଥାନରେ ଗୋଠଛଡା ଦନ୍ତା ହାତୀଙ୍କ ଉତ୍ପାତ, ରାତି ସାରା ଅନିଦ୍ରା ଗାଁ ଲୋକ

ବଣାଇ / ନରସିଂହପୁର: ସୁନ୍ଦରଗଡ଼ରେ ଦନ୍ତା ଉତ୍ପାତ । ନାକେଦମ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବିଭିନ୍ନ ସ୍ଥାନରେ ଏକ ଗୋଠ ଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ଗତକାଲି ରାତିରେ ଗୋବିନ୍ଦପୁର ନିକଟ ମଗରମୁଣ୍ଡା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଛି ଦନ୍ତା । ଭୟରେ ପରିବାର ଲୋକ ଯିଏ ଯୁଆଡେ ପିଲା ଛୁଆ ଧରି ପଳାଇଥିଲେ। ଘର ଭାଙ୍ଗି ଦେବା ସହ ଚାଉଳ ଆସବାବପତ୍ର ସବୁ ନଷ୍ଟ କରିଦେଇଛି ଦନ୍ତା । ରାତି ସାରା ଅନିଦ୍ରା ରହୁଛନ୍ତି ଗାଁ ଲୋକ। ବନବିଭାଗ ପହଞ୍ଚି ହାତୀକୁ ଧରିଣୀଧର ପାଲି ଜଙ୍ଗଲକୁ ଘଉଡ଼ାଇ ଥିଲା। ତେବେ ବିଟ ଅଞ୍ଚଳର ଫରେଷ୍ଟର, ଫରେଷ୍ଟ ଗାର୍ଡ ହାତୀ ଘଉଡ଼ାଇବାକୁ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଅନେକ ସମୟରେ ଫୋନ କଲେ ଫୋନ ଉଠାଉନଥିବା ଅଭିଯୋଗ ହୋଇଛି। ହାତୀକୁ କୌଣସି ଦୂର ସ୍ଥାନକୁ ଘଉଡାଇବାକୁ ଗାଁଲୋକେ ଦାବି କରିଛନ୍ତି।

ସେହିପରି କଟକ ଜିଲ୍ଲା ନରସିଂହପୁର ବ୍ଲକ ପାତ୍ର ଭାଗ ଗାଁରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଧାନ ଓ ଫସଲ ନଷ୍ଟ କରୁଛନ୍ତି ହାତୀ । ସମସ୍ୟା ନେଇ ବନବିଭାଗକୁ ଜଣାଇବା ପରେ ବନ ବିଭାଗ ଶୁଣୁ ନଥିବା ଅଭିଯୋଗ ହୋଇଛି । ପାତ୍ର ଭାଗ ଗ୍ରାମବାସୀ ପାଖରେ ଥିବା ବନ ବିଭାଗ ବିଟ ହାଉସକୁ ଘେରିବା ସହ ତାଲା ପକାଇଛନ୍ତି। ବନ ବିଭାଗ ଗାଁକୁ ଆସି କ୍ଷତି ପୂରଣ ଦେବା ସହ ଦୃଢ ପଦେକ୍ଷେପ ନେବାକୁ ଅଡି ବସିଛନ୍ତି । ସମସ୍ୟାକୁ ନେଇ ପ୍ରତିକାର କରାନଗଲେ ରାଜା ରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

 

 

 

You might also like