ଥମୁନି ହାତୀଙ୍କ ସଙ୍କଟ , ମୟୂରଭଞ୍ଜ ବାଲିଗଡ଼ିଆ ରେଞ୍ଜ ଆରୋରା ଗ୍ରାମ ନିକଟରେ ହାତୀ ଛୁଆର ମୃତଦେହ ଠାବ

ମୟୂରଭଞ୍ଜ(କେନ୍ୟୁଜ୍) : ଥମୁନି ହାତୀଙ୍କ ସଙ୍କଟ। ମୟୂରଭଞ୍ଜ ଜିଲ୍ଲାରେ ଏକ ଝାଡଖଣ୍ଡୀ ହାତୀ ପଲର ମାଈ ହାତୀ ଛୁଆର ମୃତ୍ୟୁ ଘଟିଛି। ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜିଲ୍ଲା ବାଲିଗଡ଼ିଆ ରେଞ୍ଜ ଆରୋରା ଗ୍ରାମ ନିକଟରେ ହାତୀ ଛୁଆର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୧୦ରୁ ୧୨ବର୍ଷ ମଧ୍ୟରେ ହେବ ବୋଲି କୁହାଯାଇଛି। ଏହି ହାତୀ ପଲରେ ୭୦ରୁ ଅଧିକ ହାତୀ ରହିଥିବା ବେଳେ ଗତକଲି ଏମାନେ ଗାଁରେ ବ୍ୟାପକ ଫସଲ ନଷ୍ଟ କରିଥିଲେ। ବାଲିଗଡ଼ିଆ ରେଞ୍ଜ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛନ୍ତି।