ଝାରସୁଗୁଡା: ଜଳାଶୟରୁ ମୃତ ହାତୀ ଛୁଆ ଉଦ୍ଧାର

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା ଲଖନପୁର ବ୍ଳକ ଭିକମପାଳି ଫରେଷ୍ଟ ଡିଭିଜନ କୁଶମେଲ ନିକଟରେ ଏକ ଜଳାଶୟରୁ ମୃତ ହାତୀ ଛୁଆ ଉଦ୍ଧାର । ମୃତ ହାତୀ ଛୁଆଟି ଗୋଟିଏ ମାସର ହୋଇଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି । ବାରପାହାଡ ସ୍ଥିତ ଡେବ୍ରିଗଡ଼ ଅଭୟାରଣ୍ୟରୁ ମହାନଦୀ ପାର ହୋଇ ଭିଗମପାଳି ଆସୁଥିବା ବେଳେ ହାତୀଛୁଆଟିର ପାଣିରେ ବୁଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।