ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ପୁଣି ହାତୀର ମୃତଦେହ ଠାବ

କରଞ୍ଜିଆ(କେନ୍ୟୁଜ୍): ପୁଣି ହାତୀ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଡଙ୍ଗା ଡିହା ନିକଟରୁ ହାତୀର ମୃତଦେହ ଠାବ ହୋଇଛି । ଜଙ୍ଗଲରେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ କରଞ୍ଜିଆ ଡିଏଫଓ ପହଞ୍ଚିଛନ୍ତି । ତେବେ କେମିତି ଓ କେଉଁ ପରିସ୍ଥିତିରେ ହୀତର ମୃତ୍ୟୁ ହେଲା ଜଣା ପଡିନି । ପୋଷ୍ଟମର୍ଟମ ରିପୋର୍ଟ ପରେ ଜଣା ପଡ଼ିବ ହାତୀ ମୃତ୍ୟୁର କାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.