ଯାଜପୁରରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ଅଣାଯାଇଥିବା ଦନ୍ତାହାତୀର ମୃତ୍ୟୁ, ଲୁହା କଡା ଦ୍ବାରା ଗୋଡ ଖଣ୍ଡିଆ ହୋଇ ସଂକ୍ରମଣ ହୋଇଥିଲା

କେନ୍ୟୁଜ୍(ବ୍ୟୁରୋ): ଚନ୍ଦକା ଡମପଡା ଅଭୟାରଣ୍ୟକୁ ଯାଜପୁରରୁ ଅଣାଯାଇଥିବା ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ ଜାନୁଆରୀ ୨୯ ତାରିଖରେ ହାତୀଟିକୁ ଅଭ୍ୟାରଣ୍ୟକୁ ଅଣାଯାଇଥିଲା। ହାତୀଟିର ହ୍ରିଂସ ଆଚରଣ ପାଇଁ ତାର ଚାରୋଟି ଗୋଡରେ ଲୁହାକଡି ବନ୍ଧାଯାଇ ଏହି ଅଭୟାରଣ୍ୟର କୁମାରଖୁଣ୍ଟିଠାରେ ରଖାଯାଇଥିଲା। ପ୍ରାୟ ୧୮ ଦିନ ଏଭଳି ଅବସ୍ଥାରେ ରହିବା ପରେ ଲୁହା କଡା ଦ୍ୱାରା ଗୋଡ ବନ୍ଧା ହୋଇ ଖଣ୍ଡିଆ ହୋଇ ଯାଇଥିଲା। ନନ୍ଦନକାନନର ୪ ଜଣିଆ ଡାକ୍ତରୀ ଟିମ୍‌ ତାର ଚିକିତ୍ସା କରୁଥିଲେ । ହେଲେ ହାତୀର ହିଂସ୍ର ଆଚରଣ ଯୋଗୁଁ ସମ୍ବବପର ହୋଇନଥିଲା । ସେ କାହାରିକୁ ପାଖ ପୁରାଉନଥିଲା । ତଳେ ପଡିରହି ତାର ମୃତ୍ୟୁ ହୋଇଛି ।

 

 

 

 

Leave A Reply

Your email address will not be published.