ବାଲିଗୁଡା: ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ୩ ଶିକାରୀ ଗିରଫ । ଗିରଫ ଅଭିଯୁକ୍ତ ଝିରିପାଣି ଗାଁର କ୍ଷମା ପାତ୍ର, ବୃଷଭ ପାତ୍ର ଓ ଗୋକୁଳ ପାତ୍ର । ଗତ ଜାନୁଆରୀ ୪ ତାରିଖରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଅଭିଯୁକ୍ତ । ବିଦ୍ୟୁତ ତାର ଲାଗି ହାତୀର ଜୀବନ ଯାଇଥିଲା । ତଦନ୍ତ କରି ୩ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ପୂର୍ବରୁ ଝିରିପାଣି ଅଞ୍ଚଳର ୩ ଶିକାରୀକୁ ଗିରଫ କରାଯାଇଥିଲା ।
ଏପର୍ଯ୍ୟନ୍ତ ୬ ଶିକାରୀ, ଫେରାର ଡେପୁଟି ରେଞ୍ଜରଙ୍କ ଡ୍ରାଇଭର, ଜେସିବି ଅପରେଟରଙ୍କ ସମେତ ୧୧ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ହାତୀ ମୃତ୍ୟୁ ଘଟଣାକୁ ଚାପିଦେବାକୁ ଉଦ୍ୟମ କରି ହାତୀର ମୃତଦେହକୁ ୩୨ ଖଣ୍ଡ କରି ପୋତି ଦେଇଥିଲେ । ଏନେଇ ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଛି । ସେହିପରି ତଦନ୍ତ ରିପୋର୍ଟକୁ ଚାପିଦେବା ନେଇ ଏସିଏଫ ସୂର୍ଯ୍ୟକାନ୍ତ ବେହେରାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।