ସଙ୍କଟରେ ଗଜରାଜ , ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ

ମୟୂରଭଞ୍ଜ : ସଙ୍କଟରେ ଗଜରାଜ । ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ । ଅଭୟାରଣ୍ୟ ଭିତରେ ଜେନାବିଲ ଠାରେ ତାକୁ ରଖାଯାଇଥିଲା ଗତ ୨୦୦୧ ମସିହା ରେ ଶିମିଳିପାଳକୁ ଏକ ସାଙ୍ଗରେ କର୍ଣ୍ଣାଟକରୁ ତିନୋଟି ହାତୀ ଶୋଭା ଭବାନୀ ଓ ମହେନ୍ଦ୍ରକୁ ଅଣାଯାଇଥିଲା । ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧୨ ତାରିଖ ରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା । ତେବେ ଆଜି ଭବାନୀର ମୃତ୍ୟୁ ସମ୍ପର୍କରେ ଖବର ପାଇ ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରିଛନ୍ତି ।

ସେହିପରି ଗତ ୨ ଦିନ ତଳେ ସୁନ୍ଦରଗଡ଼ ଉଜ୍ଜ୍ବଳପୁର ଫରେଷ୍ଟ ରେଞ୍ଜ କରୁଆ ବାହାଲ ଜଙ୍ଗଲରେ ହାତୀକୁ ବୋମାମାଡ଼ ହୋଇଥିଲା । ହାତୀ ଶୁଣ୍ଢରେ ବାଜିଥିଲା ବୋମା । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅନୁମାନ କରାଯାଉଛି ୭ରୁ ୮ ଦିନ ପୂର୍ବରୁ ଲାଗିଥିଲା ଆଘାତ କିନ୍ତୁ ଚିକିତ୍ସା କରାଯାଇନଥିଲା ।

 

ଆହୁରି ପଢନ୍ତୁ : ନନ୍ଦନକାନନରେ ଆଖି ବୁଜିଲା ସିଂହୀ ରେୱା, ଚଳିତ ମାସ ଜାନୁଆରୀ ୨୫ରେ ଛୁଆ ଜନ୍ମ ଦେଇଥିଲା