ବିଦ୍ୟୁତ ଆଘାତରେ ଚାଲିଗଲା ହାତୀର ଜୀବନ, ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ ଜାରି

ସମ୍ବଲପୁର: ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଝାଙ୍କରବାହାଲି ଗ୍ରାମରେ ବିଦ୍ୟୁତ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ ହୋଇଛି  । ଗତକାଲି ବିଳମ୍ବିତ ରାତିରେ ଝାଙ୍କରବାହାଲି ଗ୍ରାମକୁ ଏକ ମାଈ ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିଲା । ଏହି ସମୟରେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇ ହାତୀ ଟି ମୃତ୍ୟୁ ବରଣ କରିଛି ।  ତେବେ ବର୍ତ୍ତମାନ ଜମି ମାନଙ୍କରେ ବିଭିନ୍ନ ପ୍ରକାରର ପରିବା ଚାଷ କରାଯାଉଛି । ଉକ୍ତ ପରିବାକୁ ରକ୍ଷା କରିବା ପାଇଁ ଜମି ମାନଙ୍କୁ ତାର ବାଡ଼ ଦେଇଥାନ୍ତି ।

ତେବେ ହାତୀଟି ଯେଉଁ ସ୍ଥାନରେ ମୃତ୍ୟୁ ବରଣ କରିଛି ସେହି ତାର ବାଡ଼ ରେ ବିଦ୍ୟୁତ ସଂଯୋଗ କରାଯାଇଥିବା ଅଭିଯୋଗ ହୋଇଛି । ଯାହାଫଳରେ ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି । ଘଟଣାସ୍ଥଳକୁ ବନ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।