ପରିତ୍ୟକ୍ତ କୂଅରେ ପଡ଼ିଛି ଦନ୍ତା ହାତୀ : ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ

 

କଳାହାଣ୍ଡି: କୂଅରେ ପଡ଼ିଲା ହାତୀ । କଳାହାଣ୍ଡି ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ଜାମପଡା ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଦନ୍ତା ହାତୀ ପଡ଼ିଯାଇଛି । ଗତକାଲି ରାତିରେ ହାତୀଟି ଗାଁକୁ ଆସିଥିବାବେଳେ କୂଅ ଭିତରେ ଖସିପଡ଼ିଥିଲା। ଆଜି ସକାଳେ ଗାଁଲୋକ କୂଅ ଭିତରେ ହାତୀଟି ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଓ ଅଗ୍ନିଶମ ବାହିନୀ ଖବର ପାଇ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଯାଏଁ କୂଅରୁ ବାହାରି ପାରିନାହିଁ।

ସୂଚନାଯୋଗ୍ୟ ଯେ ଗତ ୩୦ ତାରିଖ ଦିନ କେସିଙ୍ଗା ରେଞ୍ଜ ଅନ୍ତର୍ଗତ ସୌରାପଦର ଗାଁ ରେ ଏକ ପରିତ୍ୟକ୍ତ କୂଅ ରେ ଗୋଟାଏ ଛୁଆ ହାତୀ ପଡ଼ିଥିଲା। ତାକୁ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ସେହିପରି ଗତ ପ୍ରାୟ ଦୁଇ ବର୍ଷ ତଳେ ଏହି ଗାଁ ରେ ଦୁଇ ହାତୀ ମଧ୍ୟରେ ଲଢେ଼ଇ ରେ ଗୋଟାଏ ଦନ୍ତାର ମୃତ୍ୟୁ ଘଟିଥିଲା। ପରେ ପରେ ୧୧ କେଭି ତାରରେ ଲାଗି ଅନ୍ୟ ଗୋଟିଏ ହାତୀର ମଧ୍ୟ ମୃତ୍ୟୁ ଘଟିଥିଲା।

 

You might also like