ସିଦ୍ଧଜଗନ୍ନାଥଙ୍କ ମନ୍ଦିର ପାଚେରୀ ଭାଙ୍ଗିଲେ ହାତୀପଲ

ସିଦ୍ଧଜଗନ୍ନାଥଙ୍କ ମନ୍ଦିର ପାଚେରୀ ଭାଙ୍ଗିଲେ ୬ଟିକିଆ ହାତୀପଲ । କେନ୍ଦୁଝର ସହରରେ ଥିବା ବହୁ ପୁରାତନ ସିଦ୍ଧମଠର ସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ବାହାର ପାଚେରୀ ଭାଙ୍ଗିବା ସହ, ଜଗନ୍ନାଥଙ୍କ ପାତାଳୀ କ୍ଷେତ୍ର ଓ ମନ୍ଦିର ଭିତର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି ହାତୀପଲ ।

 କେନ୍ଦୁଝର(କେନ୍ୟୁଜ): ସିଦ୍ଧଜଗନ୍ନାଥଙ୍କ ମନ୍ଦିର ପାଚେରୀ ଭାଙ୍ଗିଲେ ୬ଟିକିଆ ହାତୀପଲ । କେନ୍ଦୁଝର ସହରରେ ଥିବା ବହୁ ପୁରାତନ ସିଦ୍ଧମଠର ସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ବାହାର ପାଚେରୀ ଭାଙ୍ଗିବା ସହ, ଜଗନ୍ନାଥଙ୍କ ପାତାଳୀ କ୍ଷେତ୍ର ଓ ମନ୍ଦିର ଭିତର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି ହାତୀପଲ ।

ଆଜି ଭୋର୍‌ ସମୟରେ ୬ଟିକିଆ ହାତୀପଲରୁ ଗୋଟିଏ ଛୁଆହାତୀ ପଣସ ଖାଇବାକୁ ଆସି ସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ମଧ୍ୟରେ ପଶି ବାହାରକୁ ବାହାରି ପାରି ନଥିଲା । ଛୁଆହାତୀକୁ ମନ୍ଦିର ବାହାରକୁ ଆଣିବାକୁ ଯାଇ ଅନ୍ୟ ହାତୀମାନେ ମନ୍ଦିରର ପାଚେରୀ ଅନେକ ସ୍ଥାନରେ ଭାଙ୍ଗି ଦେଇଥିଲେ ।

ଶେଷରେ ହାତୀପଲରୁ ଏକ ବଡହାତୀ ମନ୍ଦିର ମଧ୍ୟକୁ ଯାଇ ଛୁଆହାତୀକୁ ବାହାରକୁ ନେଇଯିବା ପରେ ହାତୀପଲ ସେଠାରୁ ଚାଲି ଯାଇଥିଲେ । ସିଦ୍ଧମଠ ଜଙ୍ଗଲରେ ୧୫ଦିନ ହେବ ୬ଟିକିଆ ହାତୀପଲ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଲୋକଙ୍କୁ ସଚେତନ କରିବା ସହ, ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା କରୁଥିବା କହିଛନ୍ତି ରେଞ୍ଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.