ରାସ୍ତା ଉପରେ ହାତୀପଲ, ୪୦ଟି ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ

ଅନୁଗୁଳ : ରାସ୍ତା ଉପରେ ହାତୀପଲ ।  ଅନୁଗୁଳ ଆଲୁମିନିୟମ ପାର୍କ ନିକଟରେ ରାସ୍ତା ପାର ହେଉଛନ୍ତି ହାତୀ ପଲ ।  ଏକାସଙ୍ଗେ ୪୦ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ହାତୀ ପଲ ରାସ୍ତା ପାର ହୋଇ ଗାଡରଖାଇ ନିକଟରେ ଥିବା ଜଣା ପଡିଛି ।  ହାତୀ ପଲ ରାସ୍ତା ଉପରେ ଥିବାରୁ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ହାତୀପଲଙ୍କ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ସବୁ ଉଜୁଡି ଯାଉଛି । ଗାଁ ପାଖରେ ହାତୀ ପଲ ଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ରହିଛନ୍ତି। ହାତୀ ପଲଙ୍କ ଉପରେ ନଜର ରଖିଛି ବନ ବିଭାଗ । ସୂଚନାଯୋଗ୍ୟ କିଛି ମାସ ପୂର୍ବରୁ ବେଗୁନିଆ ଅଞ୍ଚଳରେ ଦେଖିବାକୁ ମିଳିଥିଲା ହାତୀଙ୍କ ଉତ୍ପାତ।  ଧାନ ଗଦା ସହିତ ଘରଦ୍ୱାର, ପନିପରିବା କରୁଥିଲେ ନଷ୍ଟ ।

ଧାନ କଳେଇ ଗଦାରୁ ଧାନ ଖାଇ ନଷ୍ଟ କରୁଥିଲେ ୧୮ ଟିକିଆ ହାତୀପଲ । ଏବେ ବେଗୁନିଆ ବ୍ଲକ ଦେଉଳି, ଡାଳତୋଳା ଏବଂ ଗୋବିନ୍ଦପୁର ପଞ୍ଚାୟତରେ ଉତ୍ପାତ କରିଥିଲେ । ରାତିସାରା ଗାଁ ଲୋକଙ୍କୁ ନିଆଁ ହୁଳା ସହିତ ଟର୍ଚ୍ଚ ଲାଇଟ ଧରି ଅନିଦ୍ରା ହୋଇଥିଲେ । ହେଲେ ତଥାପି ହାତୀଙ୍କ ଉପଦ୍ରବରୁ ସୁରକ୍ଷିତ ରହିପାରୁନି ଫସଲ । ଯାହାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଥିଲେ ।

Also read: ଥମୁନି ହାତୀଙ୍କ ଉତ୍ପାତ, ଫସଲ ନଷ୍ଟ କରୁଛନ୍ତି ୧୮ ଟିକିଆ ହାତୀପଲ