କରଞ୍ଜିଆ: ପେଟ୍ରୋଲ ପମ୍ପରେ ପଶିଲା ହାତୀ, ରାସ୍ତା ଉପରେ ଅଟକି ରହିଲା ଗାଡି ମୋଟର

କରଞ୍ଜିଆ(କେନ୍ଯୁଜ୍): ପେଟ୍ରୋଲ ପମ୍ପରେ ପଶିଲା ହାତୀ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ କିଛି ମାସ ହେବ ହାତୀ ଆତଙ୍କ ଲାଗି ରହିଛି। ଗତକାଲି ରାତିରେ ୪୯ନମ୍ବର ଜାତୀୟ ରାଜପଥର ସିଙ୍ଗିଡା ନିକଟରେ କିଛି ସମୟ ଧରି ହାତୀ ଆତଙ୍କ ଲାଗି ରହିଥିଲା। ପେଟ୍ରୋଲ ପମ୍ପ ଭିତରକୁ ଗୋଟିଏ ଦନ୍ତା ହାତୀ ପଶିଯାଇଥିଲା। ଫଳରେ ଉଭୟ ପଟେ ଗାଡି ମୋଟର ଅଟକି ରହିଥିଲା।

ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହିଛନ୍ତି। କରଞ୍ଜିଆ ବନଖଣ୍ଡରେ ୨୬ଟି ହାତୀ ଅଛନ୍ତି। ଦିନ ବେଳା ଜଙ୍ଗଲରେ ରହୁଥିବାବେଳେ ସନ୍ଧାରେ ଗାଁରେ ପଶି ଧାନ ଫସଲ ଖାଇଯିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ହାତୀ ପଲକୁ ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.