ହାତୀ ମଡ଼କ ଜାରି : ପୁଣି ୧୧ କେଭି ତାର ନେଲା ଦନ୍ତା ହାତୀର ଜୀବନ

ଅନୁଗୁଳ(କେନ୍ଯୁଜ୍) : ପୁଣି ବିଦ୍ୟୁତ୍ ତାର ନେଲା ଜୀବନ। ୧୧ କେଭି ତାର ଲାଗି ଦନ୍ତା ହାତୀ ମୃତ। ଅନୁଗୁଳ ଜିଲ୍ଲା ହଣ୍ଡପା ରେଞ୍ଜ ସାପଘରା ପଞ୍ଚାୟତ ହେମାମୁରା ଗାଁରେ ଏହି ଅଘଟଣ ଘଟିଛି। ବାର୍ହା ଶୀକାର ପାଇଁ ଜମିରେ ବିଦ୍ୟୁତ୍ ତାର ବିଛାଯାଇଥିଲା। ହାତୀଟି ଫସଲ ଖାଇବାକୁ ଆସିଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଏହାର ବୟସ ୧୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। କିଛି ଦିନ ପୂର୍ବରୁ ଅକ୍ଟୋବର ୨୭ ତାରିଖରେ ଢେଙ୍କାନାଳ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ହୋଇଥିଲା।