ଅନୁଗୁଳ: ସହର ଭିତରେ ହାତୀ । ଅନୁଗୋଳ ସହର ଫରେଷ୍ଟ ରେଞ୍ଜ ସୌଭାଗ୍ୟନଗର ଅଞ୍ଚଳରେ ବୁଲିଲା ଦନ୍ତା । ହଠାତ୍ ଜନବସତି ମଧ୍ୟରେ ହାତୀକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଉପରେ କଡ଼ା ନଜର ରଖିଛନ୍ତି । ଦନ୍ତାକୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ବନ ବିଭାଗ ସଫଳ ହୋଇପାରିନାହିଁ । ସହର ଭିତରେ ଦନ୍ତା ଘୁରିବୁଲୁଥିବାରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ହାତୀ ନିକଟକୁ ନଯିବାକୁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ବର୍ତ୍ତମାନ ହାତୀଟି ହୋମଗାର୍ଡ଼ ଅଫିସ ଗ୍ରାଉଣ୍ଡ ରେ ରହିଛି ।
ଅନ୍ୟପଟେ, ହାତୀ ଆକ୍ରମଣରେ ଜଣେ ମହିଳା ମୃତ । ମୃତ ମହିଳା ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ ବାରସିଙ୍ଗା ଗାଁର ଭାରତୀ ବିଶ୍ଵାଳ । ଘର ପଛକୁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥା ରେ ପରିବାର ଲୋକ ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।
Also read: ବାଘ ବୁଲୁଥିବା ନେଇ ଆତଙ୍କ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ