ହାତୀପଲ ରାସ୍ତା ପାରି ହେଉଥିବାବେଳେ ଏକ ମାଈ ହାତୀକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍

ଦେବଗଡ଼ (କେନ୍ୟୁଜ): ଦେବଗଡ଼ ବନଖଣ୍ଡ ବଞ୍ଜାରୀ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ରାସ୍ତା ପାରି ହେଉଥିବା ହାତୀପଲରୁ ଗୋଟିଏ ମାଈ ହାତୀକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ । ହାତୀ ଗୋଡ଼ରେ ଆଘାତ ଯୋଗୁଁ ଚାଲି ପାରୁନି । ଉକ୍ତ ପିକ୍‌ଅପ ଭ୍ୟାନ ଜବତ ହୋଇଥିବା ବେଳେ ଚାଳକ ଅଟକ ରହିଛି ।

ଅସୁସ୍ଥ ହାତୀ ଦେବଗଡ଼ ବନଖଣ୍ଡ ବାମରା ବନ୍ୟପ୍ରାଣୀ ଡିଭିଜନ ଜମନକିରା ସେକ୍ସନ ଟିକଲିପଡା ବିଟ ଅନ୍ତର୍ଗତ ବଳଦିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବାବେଳେ ଜଗି ରହିଛନ୍ତି ବନ କର୍ମଚାରୀ। ଚିକିତ୍ସା ପାଇଁ ରାଉରକେଲାରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ବଳଦିଆ ଗ୍ରାମ ଅଭିମୁଖେ ବାହାରିଥିବା ସୂଚନା ମିଳିଛି ।