ମାଲବାହୀ ଟ୍ରେନ୍ ଧକ୍କାରେ ହାତୀ ମୃତ

ରାଉରକେଲା : ମାଲବାହୀ ଟ୍ରେନ୍ ଧକ୍କାରେ ହାତୀ ମୃତ । ରାଉରକେଲା ବନ୍ଧମୁଣ୍ଡା ମଙ୍ଗଳାବଜାର ନିକଟରେ ହାତୀପଲଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍  । ହାତୀ ପଲ ରେଳ ଲାଇନ୍ ପାର ହେଉଥିବାବେଳେ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ରେଳବାଇ ପୋଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି  ।

ମୃତହାତୀ ଛୁଆକୁ ଜଗି ଛନ୍ତି ଦୁଇଟି ହାତୀ । ହାତୀପଲରୁ ବିଛିନ୍ନ ହୋଇ ବନ୍ଧମୁଣ୍ଡା ସି କ୍ୟାବିନ ନିକଟସ୍ଥ ଜଙ୍ଗଲରେ ଅଛନ୍ତି। ଘଟଣାସ୍ଥଳରେ ରାଉରକେଲା ଡିଏଫ ଓ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି।
ରାଉରକେଲା ବନ୍ଧମୁଣ୍ଡା ମଙ୍ଗଳାବଜାର ନିକଟରେ ହାତୀପଲଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ।

ଗତକାଲି ରାତିରେ ୨୫ ଟିକିଆ ହାତୀ ପଲ ରେଳ ଲାଇନ୍ ପାର ହେଉଥିବାବେଳେ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରେଳବାଇ ପୋଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ମାଲଗାଡ଼ିର ଗତି ଅଧିକ ଥିବାରୁ ଅଘଟଣ ହୋଇଥିବା ଜଣାପଡିଛି।

ଆଜି ହାତୀ ଛୁଆର ମୃତଦେହ ବ୍ୟବଛେଦ କରାଯାଇ ଘଟଣାର ଯାଞ୍ଚ କରାଯିବ । ଏହି ରାସ୍ତାରେ ହାତୀଙ୍କ ଯାତାୟାତ ଯୋଗୁ ଟ୍ରେନ ଚଳାଚଳ ସ୍ଵାଭାବିକ ଠାରୁ କମ୍ ଗତିରେ ଯିବା ପାଇଁ ନିର୍ଦ୍ଦେଶ ଥିଲା । ଏହା ସତ୍ବେ ମାଲଗାଡିର ଗତି ଅଧିକ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।