ପୁଣି ଦନ୍ତା ହାତୀ ନେଲା ଜୀବନ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଥମିବାର ନାଁ ନେଉନାହିଁ ହାତୀ ଉପଦ୍ରବ । ବାରମ୍ବାର ହାତୀ ଆକ୍ରମଣରେ ଜୀବନ ହାନି ଘଟୁଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।

ତେବେ ଆଜି ହିନ୍ଦୋଳ ବନଖଣ୍ଡ ଖଜୁରିଆକଟା ରେଞ୍ଜ ଗୁଲେହି ପଞ୍ଚାୟତ ବାର୍ଶିଙ୍ଗାକଲଣ୍ଡା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସକାଳୁ ଛବି ଦେହୁରୀ କାଜୁ ତୋଳିବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଆକ୍ରମଣର ଶୀକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ତେବେ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ଆହୁରି ପଢନ୍ତୁ: ନରସିଂହପୁର ବ୍ଲକରେ କାଳବୈଶାଖୀର ତାଣ୍ଡବ: ଗଛ ଉପୁଡ଼ିଲା, ଘର ଭାଙ୍ଗିଲା