ହାତୀ ଘଉଡ଼ାଇବା ବେଳେ ଅଘଟଣ, ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା

ବଣାଇ :  ହାତୀ ଆକ୍ରମଣରେ ଜଣେ ମୃତ । ଗାଁରୁ ହାତୀ ଘଉଡ଼ାଇବା ବେଳେ ଅଘଟଣ । ବନ କର୍ମଚାରୀଙ୍କ ସହ ମିଶି ଦନ୍ତା ହାତୀକୁ ଘଉଡ଼ାଉଥିଲେ ଯୁବକ ।  ମାତ୍ର ହାତୀଟି ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା ।  ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି ।  ଏପରି ଏକ ଘଟଣା ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ ଘଟିଛି। ମୃତ ଯୁବକଜଣକ ହେଲେ କୁଲୁକୁତା ଗ୍ରାମର ଗୋବିନ୍ଦ ମୁଣ୍ଡା ।

ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗାଁରେ ହାତୀ ଆତଙ୍କ ଖେଳାଇଥିଲା ।  ୨ ଦିନ ହେବ ଏକ ଗୋଠ ଛଡ଼ା ଦନ୍ତା ଗାଁରେ ଉତ୍ପାତ ଚଳାଇଛି ।  ହାତୀ ଭୟରେ ଲୋକେ ଘରୁ ବାହାରି ପାରୁ ନ ଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚିଥିବା ବେଳେ ଗ୍ରାମବାସୀଙ୍କ ସହ ମିଳିତ ଭାବେ ହାତୀଟିକୁ ଘଉଡ଼ାଉ ଥିଲେ ।  ହେଲେ ହାତୀଟି ଗାଁର ଗୋବିନ୍ଦ ମୁଣ୍ଡାକୁ ଶୁଣ୍ଢରେ କଚାଡି ଗୁରୁତର କରି ଦେଇଥିଲା ।  ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟଲୋକେ ।  ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

You might also like