କଟକ: ବିଲରେ ଘାସ କାଟୁଥିବା ବେଳେ ପଳାଇ ଆସିଲା ହାତୀ, ଶୁଣ୍ଢରେ କଚାଡି ମରିଦେଲା

ମାହାଙ୍ଗା(କେନ୍ୟୁଜ୍): ବିଲରେ ଘାସ କାଟୁଥିବା ବେଳେ ହାତୀ ଆକ୍ରମଣ।  ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ। ମୃତକ ଜଣକ ହେଲେ ଭାଗବତ ବେହେରା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ପଞ୍ଚାୟତର ରାମରାଙ୍ଗ ପାଟସାଇଲୋ ଗାଁରେ ଘଟିଛି  ଏହି  ଅଘଟଣ। ମୃତକ ଜଣଙ୍କୁ  ପଛପଟୁ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଭାଗବତଙ୍କ ପ୍ରାଣବାୟୂ ଉଡିଯାଇଥିଲା।

ଛତିଆ ଅମରାବତୀ ଜଙ୍ଗଲରୁ ହାତୀଟି ଡେରାବିଶ ବ୍ଲକ ଦେଇ ମାହାଙ୍ଗା ଧାନ ବିଲ ପାଟଦେଇ ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ଚାଲି ଆସିଥିବା ସୂଚନା ମିଳିଛି। ଗତ ୨୩ ତାରିଖ ଦିନ ଏହିପରି ଗୋଟିଏ ହାତୀ ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ଧାନ ବିଲ ପାଟରେ ଆତଙ୍କ ସୃଷ୍ଟି କରିଥିଲା।ବନ ବିଭାଗ ଓ ପୋଲିସ ଟିମ ଲାଗି ହାତୀ ଟିକୁ ଛତିଆ ଜଙ୍ଗଲକୁ ଘଉଡେଇ ନେଇଥିବା ବେଳେ ଆଜି ପୁଣି ଏକ ହାତୀ ଆସି ଜଣଙ୍କୁ ମାରିଦେଇଛି। ଏହି ଘଟଣାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.