ମୟୂରଭଞ୍ଜ କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ, ଗାଁ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ

ମୟୂରଭଞ୍ଜ(କେନ୍ୟୁଜ୍):  କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ। ଗତକାଲିଠାରୁ ପୁଣି ଉତ୍ପାତ ଚଳାଇଛନ୍ତି ୨୨ଟିକିଆ ହାତୀପଲ। ଗାଁ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ । କରଞ୍ଜିଆ ଓ ସୁକୃଳିରେ ପଶି ଫସଲ ଜମି ନଷ୍ଟ କରିବା ସହ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି। ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ବାରମ୍ବାର ହାତୀପଲ କରଞ୍ଜିଆ ଉପଖଣ୍ଡକୁ ଆସିବା ଯୋଗୁଁ ବନବିଭାଗର ଚିନ୍ତା ବଢିଯାଇଛି। ଏହି ହାତୀପଲ ଦିନବେଳା ପାହାଡଭଙ୍ଗା ନିକଟରେ ଥିବା ଜଙ୍ଗଲରେ ରହୁଥିବାବେଳେ ରାତିରେ ଗାଁରେ ପଶି ଆତଙ୍କ ଖେଳାଉଛନ୍ତି। ବର୍ତ୍ତମାନ ସକାଳୁ ଓ ସନ୍ଧ୍ୟାରେ କୁହୁଡ଼ି ପଡୁଥିବାରୁ ହାତୀ ଘଉଡ଼ାଇବାରେ ବନ ବିଭାଗ କର୍ମଚାରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.