ଯାଜପୁର ବୈରୀ ଅଞ୍ଚଳରେ ଥମୁନି ବଣୁଆ ହାତୀ ଉପଦ୍ରବ, ବ୍ୟାପକ ଧାନ ଫସଲ କରୁଛନ୍ତି ନଷ୍ଟ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବୈରୀ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ। ହାତୀ ଉପଦ୍ରବରେ ଲୋକମାନେ ଆତଙ୍କିତ। ସୂଚନା ମୁତାବକ ବୈରୀ ଜଙ୍ଗଲରୁ ଚାରୋଟି ଦନ୍ତା ହାତୀ ଧାନ ଫସଲ ଖାଇବା ଗାଁ ଭିତରକୁ ପଶି ଆସିଥିଲେ l ଏନେଇ ଲୋକମାନେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବୈରୀ ବନ ବିଭାଗ ଅଧିକାରୀ ମାଣିକ ମୁଣ୍ଡା, ଚଣ୍ଡିଖୋଲ ବନ ବିଭାଗ ଅଧିକାରୀ ଶଶିକାନ୍ତ ବେହେରାଙ୍କ ସମେତ ଅନ୍ୟ ବନ କର୍ମଚାରୀଙ୍କ ଉଦ୍ୟମରେ ହାତୀ ଗୁଡିକୁ ଘଉଡାଇବାକୁ ଚେଷ୍ଟା କରାଯାଇଥିଲା।

ଗୋଟିଏ ହାତୀ ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ବେଳେ ୩ଟି ହାତୀ ସୋଲର ନିକଟସ୍ଥ ଧନିଆ ପାହାଡ଼ରେ ଲୁଚି ରହିଛନ୍ତି। ବନ ବିଭାଗ ଡାକବାଜି ଯୋଗେ ଲୋକଙ୍କୁ ସତର୍କ କରାଇବା ସହ ୪ଟି ହାତୀ ମଧ୍ୟରୁ ଗୋଟାଏ ହାତୀକୁ ଜଙ୍ଗଲକୁ ଘଉଡାଇବା ପାଇଁ ସକ୍ଷମ ହୋଇଛି। ତେବେ ଏହି ବଣୁଆ ହାତୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଦୃଷ୍ଟି ରଖାଯାଇଛି।

Leave A Reply

Your email address will not be published.