ଥମୁନି ହାତୀ ଆତଙ୍କ, ନିଦ ହଜାଇଛନ୍ତି ୨୭ ଟିକିଆ ହାତୀପଲ

କରଞ୍ଜିଆ:  କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ ।  ୫୦ ରୁ ଉର୍ଦ୍ଧ୍ବ ଗାଁରେ ନିଦ ହଜାଇଛନ୍ତି ୨୭ ଟିକିଆ ହାତୀପଲ ।  ଗତକାଲି ବିଳମ୍ବିତ ରାତ୍ରରେ କରଞ୍ଜିଆ ରେଞ୍ଜ ବିଭିନ୍ନ ସ୍ଥାନରେ ହାତୀପଲ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା  ।  ଏବେ ହାତୀପଲ ମହୁଳିଆଶୁଲି ଜଙ୍ଗଲରେ ୧୦ ଏବଂ ମୁକୁନା ରେ ୧୭ ଟି ହାତୀ ଥିବାର ସୂଚନା ଦେଇଛନ୍ତି କରଞ୍ଜିଆ ରେଞ୍ଜ ଅଫିସର ।

ସେହିପରି କିଛି ମାସ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ପୁର ରେଞ୍ଜ ଲାଖବାହିଲି ପଞ୍ଚାୟତ କାଦମାଲି ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ଘରେ ଶୋଇଥିବା ସମୟରେ ହାତୀପଲ ଆସି ଘର ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ଜୀବନ ବିକଳରେ କିଛିଲୋକ ଘର ଛାଡ଼ି ପଳାଇ ଯାଇଥିବା ବେଳେ ବୃଦ୍ଧ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ ହାତୀପଲ ।

ଥମୁନି ହାତୀ ଆତଙ୍କ, ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ୨ ଆହତ