ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାଁ ନେଉନି ହାତୀ ଆତଙ୍କ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାଁ ନେଉନି ହାତୀ ଆତଙ୍କ ।  ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି ହାତୀ ଉପଦ୍ରବ ।  କେବଳ ବାରିପଦା ବନଖଣ୍ଡର ବିଭିନ୍ନ ରେଞ୍ଜରେ ଅଛନ୍ତି ୧୨୧ଟି ହାତୀପଲ ।  ୧୨୧ ଟି ହାତୀ ମଧ୍ୟରୁ ୯୭ ଟି ଝାରଖଣ୍ଡି ହାତୀ ହୋଇଥିବା ବେଳେ ଅନ୍ୟ ୩୧ଟି ଶିମିଳିପାଳ ହାତୀ ବୋଲି କହିଛନ୍ତି ବାରିପଦା ବନଖଣ୍ଡ ଏସିଏଫ୍ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଳଗିରୀ ଅଭିମୁଖେ ଯିବା ପାଇଁ ପଶ୍ଚିମବଙ୍ଗ ଦେଇ ମୟୂରଭଞ୍ଜ ଜିଲ୍ଲାରେପ୍ରବେଶ କରିଛନ୍ତି ହାତୀପଲ ।

ନିଳଗିରୀ ଯିବା ବାଟରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଉପଦ୍ରବ ଜାରି ରଖିଛନ୍ତି ।  ଶିମିଳିପାଳ ହାତୀ ମଧ୍ୟ ଖାଦ୍ୟ ଅନ୍ୱେଷଣରେ ଏବେ ଜନବସତି ମୁହାଁ ।  ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।  ତେବେ ବନ ବିଭାଗ ପକ୍ଷରୁ ମଧ୍ୟ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯାଉଥିବା କହିଛନ୍ତି ଏସିଏଫ୍ ରବିନାରାୟଣ ମହାନ୍ତି ।

You might also like