ବାଲେଶ୍ୱର ନୀଳବାଡି ଗାଁରେ ଦନ୍ତା ଆତଙ୍କ, ଗାଁ ଭିତରେ ପଶି ଦୋକାନ ଭାଙ୍ଗିବା ସହ ଧାନ ଖାଇ କଲେ ନଷ୍ଟ
![elephant](https://knewsodisha.com/wp-content/uploads/2022/06/elephant.png)
ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲା ରୂପସା ଥାନା ନୀଳବାଡି ଗାଁରେ ଦନ୍ତା ଆତଙ୍କ । ଗାଁ ଭିତରେ ପଶି ଦୋକାନ ଭାଙ୍ଗିବା ସହ ଧାନ ଖାଇ ନଷ୍ଟ କରିଥିବା ଅଭିଯୋଗ । ଗାଁ ଲୋକେ ହାତୀକୁ ଘଉଡ଼ାଇବାରୁ ଗଡ଼ପଦା ଛକ ଦେଇ ରୂପସା ମୁଖ୍ୟ ରାସ୍ତାରେ ଯାଇଥିଲା ।
ପରେ ମୟୂରଭଞ୍ଜ ବାମଡା ଗାଁ ପାରି ହୋଇ ଜଙ୍ଗଲ ପଟକୁ ପଳାଇଥିଲା ହାତୀ । ବନବିଭାଗକୁ ଖବର ଦିଆଯାଇଥିଲେ ହେଁ କୌଣସି ଅଧିକାରୀ ପହଞ୍ଚି ନଥିବା ଜଣାପଡ଼ିଛି । କିନ୍ତୁ ବନବିଭାଗ ପକ୍ଷରୁ ତିନି ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଥିଲା ।