ଶିମିଳିପାଳ ଜାଳିବା ପରେ ଗାଁ ମୁହାଁ ହାତୀପଲ, ବାଲେଶ୍ବରରେ ୫୦ରୁ ଊର୍ଦ୍ଧ୍ବ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ। ବାଲେଶ୍ବର ନାଇକୁଡି ଗାଁରେ ୫୦ରୁ ଊର୍ଦ୍ଧ୍ବ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ । ଗତକାଲି ରାତିରେ ନାଇକୁଡି ଗାଁରେ ପଶି ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ଜଙ୍ଗଲ ଛାଡି ହାତୀପଲ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି ।

ଜଳେଶ୍ୱର (କେନ୍ୟୁଜ): ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ବାଲେଶ୍ବର ନାଇକୁଡି ଗାଁରେ ୫୦ରୁ ଊର୍ଦ୍ଧ୍ବ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ ।  ଗତକାଲି ରାତିରେ ନାଇକୁଡି ଗାଁରେ ପଶି ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ଜଙ୍ଗଲ ଛାଡି ହାତୀପଲ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି ।  ବିଳମ୍ବିତ ରାତି ପର୍ଯ୍ଯନ୍ତ ହାତୀପଲ ଚାଷ ଜମିରେ ପଶି ପାଚିଲା ଧାନ ଫସଲ ଖାଇବା ସହ ଦଳଚକଟା କରିବା ଯୋଗୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ସେପଟେ ହାତୀପଲ ପାଇଁ ଭୟଭୀତ ହୋଇପଡିଛନ୍ତି ଅଂଚଳବାସୀ । ବନ ବିଭାଗ ହାତୀ ଘଉଡାଇଥିଲେ ମଧ୍ୟ ପୁଣି ଫେରିଛନ୍ତି ହାତୀପଲ । ଏବେ ଧାନ ଫସଲ ଉପରେ ହାତୀପଲଙ୍କ ନଜର ରହିଛି । ଅଞ୍ଚଳର ଲୋକେ ଚିନ୍ତାରେ ଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।