ହାତୀ ଉପଦ୍ରବ କରିଥିବା କ୍ଷୟକ୍ଷତିର ଭରଣ ଦାବି, ୧୦ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଆଜି ଦୁଧିଆଣି ରେଞ୍ଜ ଅଞ୍ଚଳରେ ଅଛନ୍ତି ୨୮ ଟି ହାତୀ । ହାତୀ ଯୋଗୁଁ ୫ ଟି ବ୍ଲକ ର ୧୦୦ ରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ବିଳମ୍ବିତ ରାତ୍ରରେ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବାରାପାଣପଶି ଗାଁ ରେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ବାରମ୍ବାର ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କ ପୁରୁଣା ଦେଓ ଗାଁ ର ଲୋକମାନେ ୧୦ ଜଣ ବନ ବିଭାଗ କର୍ମଚାରୀଙ୍କୁ ଗତକାଲି ବିଳମ୍ବିତ ରାତ୍ରରୁ ଗୋଟିଏ ଗାଡି ସହିତ ଅଟକ ରଖିଛନ୍ତି ।

ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନାରେ ସୃଷ୍ଟି ହେଇଛି । ହାତୀପଲ ଯୋଗୁଁ ଲୋକମାନେ ଘର ସମୁଖରେ ନିଆଁ ଜାଳି ଜଗି ରହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ହାତୀପଲ ଏକର ଏକର ଚାଷ ଜମିରେ ନଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.