ଗାଁ ମୁହାଁ ୨୭ ଟିକିଆ ହାତୀପଲ, ଜଙ୍ଗଲ ମଧ୍ୟକୁ ନଯିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ଦ୍ଦେଶ

କରଞ୍ଜିଆ (କେନ୍ୟୁଜ): ପୁଣି ବାହୁଡିଲେ ୨୭ ଟିକିଆ ହାତୀପଲ । ସକାଳୁ ସକାଳୁ କେନ୍ଦୁଝର ବୈତରଣୀ ନଦୀ ପାର ହେଇ ମୟୁରଭଞ୍ଜର ଶୁକୃଲି ବ୍ଲକରେ ପ୍ରବେଶ କରିଛନ୍ତି ୨୭ ଟିକିଆ ହାତୀପଲ । ହାତୀଙ୍କ ଯୋଗୁ ୨୦ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ଲାଗି ରହିଛି । ଏବେ ହାତୀପଲ ହଳଦିଆ ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀଙ୍କୁ ଦେଖି ଭୟଭୀତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ହାତୀ ରହିଥିବା ସ୍ଥାନ ଗୁଡିକରେ ବନ ବିଭାଗ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଜଙ୍ଗଲ ମଧ୍ୟକୁ ଯିବାକୁ ସ୍ଥାନୀୟ ଲୋକଙ୍କୁ ବାରଣ କରାଯାଇଛି ।
ସୂଚନା ଯୋଗ୍ୟ ଆଙ୍କିଛି ଦିନ ତଳେ ବାଲେଶ୍ବର ନାଇକୁଡି ଗାଁରେ ୫୦ରୁ ଊର୍ଦ୍ଧ୍ବ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ କରୁଥିଲେ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ଜଙ୍ଗଲ ଛାଡି ହାତୀପଲ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଥିଲା । ବିଳମ୍ବିତ ରାତି ପର୍ଯ୍ଯନ୍ତ ହାତୀପଲ ଚାଷ ଜମିରେ ପଶି ପାଚିଲା ଧାନ ଫସଲ ଖାଇବା ସହ ଦଳଚକଟା କରିବା ଯୋଗୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଥିଲେ ।