ରାଇବଣିଆ ଥାନା ଅନ୍ତର୍ଗତ ଲୂହାପଡା ଜଙ୍ଗଲରେ ହାତୀ ଆତଙ୍କ

ଜଳେଶ୍ବର: ରାଇବଣିଆ ଥାନା ଅନ୍ତର୍ଗତ ଲୂହାପଡା ଜଙ୍ଗଲରେ ହାତୀ ଆତଙ୍କ। ଭୋର୍ ସମୟରେ ପଶ୍ଚିମବଙ୍ଗ ପଟୁ ଆସି ଲୁହାପଡା ଜଙ୍ଗଲରେ ୫୫ ଟିକିଆ ହାତୀ ପଲ ପ୍ରବେଶ କରିଛନ୍ତି। ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଜାରି । ସେହିପରି କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ରେ ହାତୀଙ୍କ ଆତଙ୍କ ଦେଖାଯାଇଥିଲା ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର ବଣେଇ ଓ କୋଇଡା ରେଞ୍ଜରେ ୨ଟି ଗୋଠଛଡା ଦନ୍ତାହାତୀଙ୍କ ଆତଙ୍କ ଖେଳାଇଥିଲେ ।
ହାତୀ ଦୁଇଟି ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ଓ ପନିପରିବା ନଷ୍ଟ କରୁଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ହାତୀ ଭୟରେ ରାତି ଅନିଦ୍ରା ରହୁଛନ୍ତି ଗ୍ରାମବାସୀ । ଗାଁରୁ ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ଉଜୁଡ଼ୁଛି ବନ୍ୟ ବନ୍ୟଜନ୍ତୁଙ୍କ ଆବାସ । ଜନବସତି ମୁହାଁ ହେଉଛନ୍ତି ହାତୀ । କେଉଁଠି ରାଜରାସ୍ତାରେ ତ କେଉଁଠି ବଜାର ଭିତରେ ବୁଲୁଛି ହାତୀ ।
କେତେବେଳେ ରାଜରାସ୍ତାରେ ବୁଲୁଛି ତ କେତେବେଳେ ଗାଁରେ ପଶି ଭଙ୍ଗାରୁଜା କରୁଛି । ଗତ କିଛି ଦିନ ହେଲା ଥରକୁ ଥର ଜଙ୍ଗଲ ଭିତରକୁ ଯାଇ ପୁଣି ଜନବସତିକୁ ଫେରୁଛି ହାତୀ ।