ରାଇଘର ହାତୀ ଗାଁରେ ହାତୀ ପଲଙ୍କ ଉତ୍ପାତ, ପାଞ୍ଚ ଏକର ମକା ଫସଲ ଖାଇବା ସହ କଲେ ନଷ୍ଟ

ଉମରକୋଟ(କେନ୍ଯୁଜ୍): ହାତୀ ଗାଁରେ ହାତୀ ଆତଙ୍କ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀ ଗାଁରେ ଉତ୍ପାତ ମଚେଇଛନ୍ତି ହତୀପଲ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲ ମଧ୍ୟରେ ହାତୀପଲ ପ୍ରବେଶ କରିଛନ୍ତି । ପାଞ୍ଚ ଏକର ମକା ଫସଲ ଖାଇବା ସହ ଦଳି ଚକଟି ନଷ୍ଟ ମଧ୍ୟ କରିଛନ୍ତି ।

ରାତି ତମାମ ହାତୀପଲ ଗାଁରେ ରହିବା ପରେ ସକାଳ ସମୟରେ ପୁଣି ଛତିଶଗଡ ଜଙ୍ଗଲକୁ ଫେରି ଯାଇଥିଲେ । ଖବର ପାଇ ରାଇଘର ରେଞ୍ଜରଙ୍କ ନେତୃତ୍ୱରେ ଏକ ଟିମ୍‌ ହାତୀ ଗାଁ ସଂରକ୍ଷିତ ଜଙ୍ଗଲକୁ ଯାଇ ହାତୀପଲଙ୍କ ପାଦଚିହ୍ନ ଦେଖିବା ସହିତ ସେମାନଙ୍କ ଚଲାପଥକୁ ଅନୁସରଣ କରି ଛତିଶଗଡ ସୀମା ଯାଏ ଫେରି ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.