ଦନ୍ତା କଲା ହନ୍ତସନ୍ତ, ନିଆଁ ହୁଳା ଧରି ରାତି ଅନିଦ୍ରା ବାଲେଶ୍ୱର ଓ ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳବାସୀ

ବାଲେଶ୍ୱର(କେନ୍ଯୁଜ୍): ଦନ୍ତା କଲା ହନ୍ତସନ୍ତ । ରାତି ଅନିଦ୍ରା ଅଞ୍ଚଳବାସୀ । ନିଆଁ ହୁଳା ଧରି ରାତି ତମାମ ହାତୀ ଘଉଡାଇଲେ ବାଲେଶ୍ୱର ଓ ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳବାସୀ । ବାଲେଶ୍ୱର ଓ ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳରେ ଏକ ଦନ୍ତା ହାତୀ ଗାଁ ଭିତରକୁ ବାଟ ଭାଙ୍ଗି ପସି ଆସିଥିଲା । ଫଳରେ ଦୁଇ ସୀମାନ୍ତ ଅଞ୍ଚଳ ଲୋକେ ରାତି ଅନିଦ୍ରା ହୋଇ ହାତୀ ଘଉଡ଼ାଇବାରେ ଲାଗିଥିଲେ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ରାଇସୁଆଁ ଅଞ୍ଚଳବାସୀ ଏକ ଦନ୍ତାକୁ ମୟୂରଭଞ୍ଜ ସୀମା ବାଉଁଶ ବାଗନ୍‌କୁ ଘଉଡ଼ାଇ ଦେଇଥିଲେ । ପ୍ରତିବାଦରେ ବାଉଁଶ ବାଗନ୍‌ବାସୀ ପୁଣି ହାତୀଟିକୁ ରାଇସୁଆଁ ଅଞ୍ଚଳକୁ ଘଉଡାଇବା ଉଦ୍ୟମ ଆରମ୍ଭ କରିଥିଲେ । ହାତୀ ପାଇଁ ସୀମାନ୍ତ ଦୁଇ ଗାଁର ଲୋକେ ନିଆଁ ହୁଳା ଧରି ରାତି ତମାମ ଜଗି ରହିଥିଲେ । ସକାଳୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧିକୁ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.