ଥମୁନି ହାତୀ ଉପଦ୍ରବ : ୮ ବର୍ଷର ଶିଶୁ କନ୍ୟାକୁ ପାଦରେ ଦଳି ଦେଲା ଦନ୍ତା

ହିନ୍ଦୋଳ : ଶିଶୁ କନ୍ୟାକୁ ପାଦରେ ଦଳି ଦେଲା ଦନ୍ତା । ଘରେ ପଶି ୮ ବର୍ଷର ଶିଶୁ କନ୍ୟାକୁ ଦନ୍ତା ହାତୀ ଦଳି ଦେବାରୁ ତା’ର ମୃତ୍ୟୁ ଘଟିଛି । ମୋଟଙ୍ଗ ଥାନା ହାଣ୍ଡିଫୁଟା ଗାଁରେ ହାତୀର ଉପଦ୍ରବ ଦେଖାଯାଇଛି । ହାତୀ ଆକ୍ରମଣରୁ ପରିବାରର ଅନ୍ୟ ୨ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଶିଶୁ କନ୍ୟା ମୃତ୍ୟୁ ପରେ ହିନ୍ଦୋଳ ଗୁଡିଆକାଟେଣୀ ମୁଖ୍ୟରାସ୍ତାକୁ ଅଞ୍ଚଳବାସୀ ଅବରୋଧ କରିଛନ୍ତି । ଖବର ପାଇ ବନବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ଓ ବନବିଭାଗ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
ସେହିପରି ଜାନୁୟାରୀ ୩ରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ବରସୁଆଁ ରେଞ୍ଜରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ବନ୍ଦଲ ଗାଁର ୫୫ ବର୍ଷୀୟ ବିଠଲ ନାୟକ । ଗତ ୩ ବର୍ଷ ମଧ୍ୟରେ ଦନ୍ତା ପ୍ରାୟ ୩୦ରୁ ଅଧିକ ଜଣଙ୍କ ଜୀବନ ନେଇ ସାରିଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରି ଗୁରୁତର କରିଛି ।
ଆହୁରି ପଢନ୍ତୁ : ଭାଲୁ ପଞ୍ଜାରୁ ବାପା’ର ଜୀବନ ବଞ୍ଚାଇଲା ଦଶ ବର୍ଷର କୁନି ପୁଅ