ହାତୀ ଆକ୍ରମରେ ଜଣେ ମୃତ,ମୃତ ପରିବାରକୁ କ୍ଷତି ପୁରଣ ଦାବୀ

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ମେରାମଣ୍ଡଳୀ ନିକଟ ହଳଦିଆ ବାହାଳ ଗ୍ରାମର ୫୫ ନଂ ଜାତୀୟ ରାଜପଥ ନିକଟରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ହଳଦିଆ ବାହାଳ ଗ୍ରାମର ଶଙ୍ଖାଳି ବେହେରା । ମୃତ ଶଙ୍ଖାଳି ୫୫ ନଂ ଜାତୀୟ ରାଜପଥ ନିକଟରେ ଶୈଚ ବସିବାକୁ ଆସିଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯିବାରୁ ଟେକି ଫୋପାଡି ମାରିଥିଲା । ଘଟଣା ସ୍ଥଳରେ ବନ କର୍ମଚାରୀ ଉପସ୍ଥିତ ରହି ହାତୀ ଗଲା ଗଲା ବୋଲି ପାଟି କରିଥିଲେ ମଧ୍ୟ ମୃତକ ଜାଣି ପାରି ନ ଥିଲେ ।
ମୃତକଙ୍କୁ ପରିବାର ଲୋକେ ଏବଂ ବନ ବିଭାଗ ଢେଙ୍କାନାଳ ମୁଖ୍ୟ ଚିକିତ୍ସା ଆଣି ଶବ ବ୍ୟବଛେଦ କରିଛନ୍ତି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଏହି ଅଞ୍ଚଳରେ ହାତୀ ଆକ୍ରମଣ ରେ ଅନେକ ଧନ ଜୀବନ ଯାଉଛି । ନରହନ୍ତା ଦନ୍ତାକୁ ବନ ବିଭାଗ ତୁରନ୍ତ ଟାଙ୍କୁଲାଇଜର କରି ଅନ୍ୟତ୍ର ନେଉ ଯିବାକୁ ଦାବୀ କରିବା ସହ ମୃତ ପରିବାରକୁ କ୍ଷତି ପୁରଣ ଦାବୀ କରିଛନ୍ତି ।