Categories: ରାଜ୍ୟ

ବହୁ ଦିନର ବ୍ୟବଧାନ ପରେ ପୁଣି ଆଠଗଡ଼ ବନଖଣ୍ଡରେ ହାତୀ ଆତଙ୍କ, ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ନପହଞ୍ଚିଥିବାରୁ ଲୋକେ ଅସନ୍ତୋଷ

ଆଠଗଡ଼ : ପୁଣି ଆଠଗଡ଼ ବନଖଣ୍ଡରେ ହାତୀ ଆତଙ୍କ। ବହୁ ଦିନର ବ୍ୟବଧାନ ପରେ ଚନ୍ଦକା ଜଙ୍ଗଲରୁ ଫେରିଛନ୍ତି ହାତୀ ପଲ। ଆଠଖଣ୍ଡ ବନଖଣ୍ଡର ବଉଳ, ସାରକୋଳି ଅଞ୍ଚଳରେ ହାତୀ ଉପଦ୍ରବ ଆରମ୍ଭ କରିଛନ୍ତି। ଫଳରେ ଆଖପାଖ ଅଞ୍ଚଳର ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଦିନ ୪ଟା ପରେ ଲୋକମାନେ ଘରୁ ବାହାରିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ଅନେକ ସମୟରେ ହାତୀପଳ ଜନବସତି ମଧ୍ୟକୁ ପଶି ଆସୁଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ସେପଟେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବନ କର୍ମଚାରୀ ହାତୀଙ୍କୁ ଘଉଡ଼ାଇବା ସହ ସେମାନଙ୍କୁ ଜଙ୍ଗଲମୁହାଁ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

KNews Bureau

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

5 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

12 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

20 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

22 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

30 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

55 mins ago