ହାତୀ ପାଇଁ ଚାଷୀ ଉଜାଗର, ସବୁ ଜାଣି ବନ ବିଭାଗ ଚୁପ୍

ହାତୀ ପାଇଁ ରାତି ଉଜାଗର ରହି ଧାନ ଫସଲକୁ ଜଗି ରହିଛନ୍ତି ଚାଷୀ । ନିଜ ଜମିରେ ହୋଇଥିବା ସୁନାର ଫସଲରୁ କିଛି ପାଇବା ଆଶାରେ ରାତି ତମାମ ନିଜ ଜମିକୁ ଜଗି ରହି ପହରା ଦେଉଛନ୍ତି ଚାଷୀ ।

ରେଢାଖୋଲ(କେନ୍ୟୁଜ୍): ହାତୀ ପାଇଁ ରାତି ଉଜାଗର ରହି ଧାନ ଫସଲକୁ ଜଗି ରହିଛନ୍ତି ଚାଷୀ । ନିଜ ଜମିରେ ହୋଇଥିବା ସୁନାର ଫସଲରୁ କିଛି ପାଇବା ଆଶାରେ ରାତି ତମାମ ନିଜ ଜମିକୁ ଜଗି ରହି ପହରା ଦେଉଛନ୍ତି ଚାଷୀ । ଏମିତି ଦ୍ରୁଶ୍ୟ ଦେଖିବାକୁ ମିଳିଛି ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅନ୍ତର୍ଗତ ଧଉରାଖମଣ ଗାଁରେ ।

ଏଇ କିଛି ଦିନ ହେଲାଣି ପାଖ ସୋନପୁର ଜିଲ୍ଲା ସିମାନ୍ତ ଅଞ୍ଚଳରୁ କିଛି ହାତୀ ପଲ ଆସି ବ୍ୟାପକ ମାତ୍ରାରେ ଧାନ କ୍ଷେତରେ ପଶି ଧାନ ଗଛ ସବୁ ନଷ୍ଟ କରୁଥିବାରୁ ଗ୍ରାମବାସୀ ମାନେ ରାତି ଉଜାଗର ରହି ନିଜ ନିଜର ଜମିକୁ ସୁରକ୍ଷା ଦେଉଛନ୍ତି । ଗଛ ଉପରେ ମଞ୍ଚା କରି ହାତୀ ଘୋଉଡାଉଛନ୍ତି ।

hati

ଗୋଟେ ପଟେ କିଟିପିଟି ଅନ୍ଧାର ରାତି ଆଉ ଅନ୍ୟପଟେ ମାତିଛନ୍ତି ଜଙ୍ଗଲି ହାତୀ । ଫରେଷ୍ଟ ବିଭାଗ ବି ଚୁପ୍ । କାହାକୁ କହିବେ କେତେଥର କହିବେ । ଯେତେ କହିଲେବି ଚାଷୀଙ୍କ ଦୁଃଖ କେହି ବି ବୁଝୁନାହାନ୍ତି । ତେବେ ଯିଏ କଷ୍ଟ କରିଛି ସେହିଁ ବୁଝି ପାରିବ ତାର ମୂଲ୍ୟ । ତେଣୁ ନିଜ କଷ୍ଟ ଅର୍ଜିତ ଫସଲକୁ ନିଜେ ହିଁ ସୁରକ୍ଷା ଦେଉଛନ୍ତି ଚାଷୀ। ସେଥିପାଇଁ ତାଙ୍କୁ ରାତି ଉଜାଗର ରହିବାକୁ ପଡିଲେ ବି ଦୁଃଖ ନାହିଁ ।