ଚୌଦ୍ୱାର ଓ ନୀଳଗିରିରେ ଆତଙ୍କ ଖେଳାଉଛନ୍ତି ହାତୀପଲ

କଟକ(କେନ୍ଯୁଜ୍) : କଟକ ଜିଲ୍ଳା ଟାଙ୍ଗୀ ଚୌଦ୍ୱାର ବ୍ଲକ ଡାଳିଯୋଡ଼ା ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ । ବାଣିପଦା ପଞ୍ଚାୟତର ବନ୍ଦାଳ, ଛତିଶାପାଟ, ନୂଆଗାଁ ଆଦି ଅଞ୍ଚଳରେ ୨୦ଟି ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଗତକାଲି ବିଳମ୍ବିତ ରାତିରୁ ହାତୀପଲ ଅଞ୍ଚଳରେ ପଶି ଉପଦ୍ରବ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ବନବିଭାଗ ଘଟଣାସ୍ଥଳରେ ପହଂଚି ନଥିବା ଅଭିଯୋଗ ହୋଇଛି । ହାତୀପଲ ବନ୍ଦାଳ ଗାଁରୁ ବାହାରି ଏବେ ଆଠଗଡ଼ ବନଖଣ୍ଡ ମୁହାଁ ହୋଇଛନ୍ତି ।
ନୀଳଗିରିରେ ହାତୀ ଆତଙ୍କ
ବାଲେଶ୍ୱର ଜିଲ୍ଲା ନୀଳଗିରିରେ ହାତୀ ଆତଙ୍କ। ନୀଳଗିରି ରେଞ୍ଜର ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି ୩୪ଟି ଝାଡଖଣ୍ଡୀ ହାତୀ । ସେଥିମଧ୍ୟରୁ ୨ଟି ଛୁଆ ହାତୀ ରହିଥିବା ଜଣାପଡିଛି । ଫଳରେ ଆଖପାଖ ଗାଁ ଗୋପାଳପୁର, ଜଡିବାଲି, ଆନ୍ଦପୁର ରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀପଲ ଏହି ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ କ୍ଷୟକ୍ଷତି କରୁଛନ୍ତି । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀମାନଙ୍କୁ ଜଙ୍ଗଲକୁ ଘଉଡାଇବାକୁ ଚେଷ୍ଟା ଚଳାଇଛି ।