କଟକ ଫୋଗଳ ଗ୍ରାମର ଧାନ ବିଲରେ ହାତୀ, ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ

ମାହାଙ୍ଗା(କେନ୍ଯୁଜ୍): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଫୋଗଳ ଗହିର ଧାନ ବିଲ ଭିତରେ ଏକ ହାତୀ ଦେଖିବାକୁ ମିଳିଛି। ହାତୀକୁ ଦେଖି ଲୋକେ ଭୟବିତ ହୋଇପଡିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଥିବା ସୂଚନା ମିଳିଛି । ତେବେ ହାତୀଟି ଧାନ ବିଲ ଭିତରେ ଦୌଡୁଥିବାବେଳେ ଲୋକେ ମଧ୍ଯ ହାତୀର ପିଛା କରୁଛନ୍ତି ।

ତେବେ ମିଳିଥିବା ସୂଚନା ମୁତାବକ, ଫୋଗଳ ଗ୍ରାମରେ ହାତୀ ଘଉଡ଼ାଇବା ପାଇଁ ପହଞ୍ଚିଛନ୍ତି ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ ଓ ବଇରୀ ବନ ବିଭାଗ ଟିମ୍। ଏମାନେ ହାତୀ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଏପଟେ ମାଇକ ପ୍ରଚାର କରି ଲୋକ ମାନଙ୍କୁ ହାତୀ ପାଖକୁ ନ ଆସିବା ପାଇଁ ସତର୍କ କରାଉଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.